Site icon ଆଜିକାଲି

ଭୁବନେଶ୍ୱରରୁ ବେଙ୍ଗାଲୁରୁ ଓ ପୁଣେକୁ ବିମାନ ସେବା ଆରମ୍ଭ କରିବ ଏୟାର ଏସିଆ

ଭୁବନେଶ୍ବର : ଓଡ଼ିଶାରେ ବିମାନ ସେବା ଆରମ୍ଭ କରିବ ଏୟାର ଏସିଆ । ଆସନ୍ତା ଏପ୍ରିଲ ୧୭ ତାରିଖରୁ ଆକାଶ ଏୟାର ପକ୍ଷରୁ ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଆକାଶ ଏୟାର ବେଙ୍ଗାଲୁରୁ ଓ ପୁଣେକୁ ବିମାନ ସେବା ଯୋଗାଇଦେବ। ଓଡ଼ିଶାରୁ ଏହା ଆକାଶ ଏୟାରର ପ୍ରଥମ ବିମାନ ସେବା ହେବ। ଆକାଶ ଏୟାରର ବିମାନ ବେଙ୍ଗାଲୁରୁ ଠାରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ପୁଣେ ଏବଂ ପୁଣେରୁ ଭୁବନେଶ୍ୱରକୁ ଉଡିବ ।

ଆକାଶ ଏୟାରର ଗୋଟିଏ ବିମାନ ଏପ୍ରିଲ ୧୭ ତାରିଖ ସକାଳ ୫.୪୦ରେ ବେଙ୍ଗାଲୁରୁରୁ ଭୁବନେଶ୍ବର ଅଭିମୁଖେ ଆସି ସକାଳ ୭.୫୦ରେ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଭୁବନେଶ୍ବରରୁ ବିମାନ ସକାଳ ୮.୪୦ରେ ଉଡାଣ ଭରି ୧୦.୫୦ରେ ପୁଣେରେ ପହଞ୍ଚିବ। ସେହିପରି ଆକାଶ ଏୟାରର ବିମାନ ପୁଣେରୁ ପୂର୍ବାହ୍ନ ୧୧.୨୫ରେ ଛାଡି ଭୁବନେଶ୍ବରରେ ମଧ୍ୟାହ୍ନ ୧.୩୦ରେ ପହଞ୍ଚିବ। ଏହାପରେ ବିମାନ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ୨.୦୫ରେ ଛାଡି ବେଙ୍ଗାଲୁରୁରେ ୪.୨୦ରେ ପହଞ୍ଚିବ। ଏହି ସେବା ଏପ୍ରିଲ ୧୭ ଠାରୁ ପ୍ରତିଦିନ ଚାଲିବ ବୋଲି ।

Exit mobile version