Site icon ଆଜିକାଲି

ଆଜିଠୁ ଜୟପୁରକୁ ବିମାନସେବା

ଜୟପୁର : ଦୀର୍ଘବର୍ଷର ଦାବି ପରେ କୋରାପୁଟ ଜିଲା ପ୍ରଶାସନର ନିରନ୍ତର ପ୍ରୟାସକ୍ରମେ ଆଜିଠୁ ଜୟପୁର ବିମାନ ବନ୍ଦରରୁ ବିମାନ ଚଳାଚଳ (ନନ ସିଡ୍ୟୁଲ୍ଡ ସେବା) ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଇଣ୍ଡିଆ ୱାନ ଏୟାର ନାମକ ବିମାନ ନଂ ୧୭୯୧୩୩ ଭୁବନେଶ୍ବରରୁ ପୂର୍ବାହ୍ଣ ୧୦ଟାରୁ ବାହାରି ଜୟପୁରରେ ୧୧.୩୫ରେ ପହଞ୍ଚିବ। ସେହିପରି ଜୟପୁରରୁ ଏହି ବିମାନ ନଂ ୧୭୯୧୩୪ଟି ୧୨ଟା ୨୦ରୁ ବାହାରି ଭୁବନେଶ୍ବରରେ ୧.୫୫ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ତେବେ ଏହି ବିମାନ (୯ ଆସନ ବିଶିଷ୍ଟ) ଚଳାଚଳକୁ ନନ ସିଡ୍ୟୁଲ୍ଡ ବର୍ଗ (ଆଡହକ)ରେ ରଖାଯାଇଥିବା ସୂଚନା ମିଳିଛି । ଅର୍ଥାତ ଏହା ନିୟମିତ ଭାବେ ଚଳାଚଳ କରିବ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Exit mobile version