Site icon ଆଜିକାଲି

ନିଯୁକ୍ତି ଓ ଦରଦାମ ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲା ଏ.ଆଇ.ଟି.ଉ.ସି ଏବଂ ଏଚ.ଏମ୍.ଏସ୍

କେନ୍ଦୁଝର, ନିଯୁକ୍ତି ଓ ଦରଦାମ ବୃଦ୍ଧି ଭଳି ୧୫ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଏ.ଆଇ.ଟି.ଇଉ.ସି ଏବଂ ଏଚ.ଏମ୍.ଏସ୍ । ସଂଗଠନ କାର୍ଯ୍ୟକର୍ତା ମାନେ କାଳିପଡ଼ିଆ ରୁ ଏକ ବିରାଟ ରାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହିତ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୧୫ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ସର୍ବଭାରତୀୟ ସାଧାରଣ ସମ୍ପାଦକ ରାମକୃଷ୍ନ ପଣ୍ଡା ଅଭିଭାଷଣ ମାଧ୍ୟମରେ ଦରଦାମ ବୃଦ୍ଧି, ନିଯୁକ୍ତି, କେନ୍ଦୁଝର ଜିଲ୍ଲାରେ ବନ୍ଦ ଥିବା ଖଣିକୁ ଖୋଲିବା, ପାଇପଲାଇନ ପରିବର୍ତେ ଟ୍ରକ ଯୋଗେ ଖଣିଜ ପରିବହନ ପରି ଦାବୀ ଉପସ୍ଥାପନ କରିଥିଲେ ।

Exit mobile version