Site icon ଆଜିକାଲି

ମା’ ତାରିଣୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ଅଖିଳ ନାଏକ

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଅଖିଳ ଚନ୍ଦ୍ର ନାଏକଙ୍କୁ ଦଳୀୟ ଟିକେଟ ମିଳିଛି। ଅଖିଳ ନାଏକ ଦଳୀୟ ଟିକେଟ ପାଇବା ପରେ କର୍ମୀଙ୍କ ମହଲରେ ବେସ ଉତ୍ସହ ଦେଖାଦେଇଛି। ଆଜି ଶହ ଶହ ଦଳୀୟ କର୍ମୀମାନଙ୍କ ଗହଣରେ ଅଖିଳ ନାଏକ ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଲାଭ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମୁଦ୍ଦାକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହ ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେପି ସୁନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ଅଖିଳ ନାଏକ। ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ, ବିରଜା ମିଶ୍ର, ରାଜେନ୍ଦ୍ର ପଟ୍ଟନାୟକ, ସୁବ୍ରତ ମହାନ୍ତି, କମଳା କାନ୍ତ ଦାସ,ହେମରଞ୍ଜ ବାରିକ, ଗୌତମ ନାଏକ ସମେତ ବହୁ ଜିଲା ପଦାଧିକାରୀ ତଥା ପାଟଣା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ତଥା ଦଳୀୟ ସମର୍ଥକମାନେ ସାମିଲ ହୋଇ ଏକ ଶୋଭାଯାତ୍ରା ରେ ପାଛୋଟି ନେଇଥିଲେ। ମୋଦି ସରକାରଙ୍କ ଉପଲବ୍ଧି ଓ ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି ଶ୍ରୀ ନାଏକ।

https://theajikali.com/wp-content/uploads/2024/04/VID-20240421-WA0003.mp4
Exit mobile version