Site icon ଆଜିକାଲି

ଅଲେଖ ଦେହୁରୀ ହତ୍ୟା ଘଟଣା, ୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ

ଘଟଗାଁ : କେନ୍ଦୁଝର ଜିଲା ଦୈତାରୀ ଥାନା ବାଙ୍ଗୁରୁଶଣି ଗାଁର ଅଲେଖ ଦେହୁରୀ ହତ୍ୟା ଘଟଣା । ୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ଦୁଇଦିନ ହେଲା ଯୁବକ ଜଣଙ୍କ ଘରକୁ ଆସି ନଥିବା ବେଳେ ଯୁବକ ଜଣଙ୍କୁ ନିଆଁ ଖୁଣ୍ଟାରେ ପିଟି ପିଟି ହତ୍ୟା କରିଥିବା ଘରଲୋକେ କହୁଛନ୍ତି । ଯୁବକ ଜଣଙ୍କୁ ହତ୍ୟା କରି ମଶିଣାଜୋଡି ଗାଁ ନିକଟରେ ଉଲଗ୍ନ ଅବସ୍ଥାରେ ପକାଇ ଦେଇଥିଲେ ହତ୍ୟାକାରୀ । ଗତ ସୋମବାର ସନ୍ଧ୍ୟାରେ ଖବର ପାଇ ଦୈତାରୀ ପୋଲିସ୍ ମୃତଦେହକୁ ଉଦ୍ଧାର କରିବା ସହିତ ମଙ୍ଗଳବାର ମଶିଣାଜୋଡି ଗାଁର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Exit mobile version