Site icon ଆଜିକାଲି

କାଳବୈଶାଖୀ ବର୍ଷା ପାଇଁ ଆଜି ୧୭ଟି ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଉପାନ୍ତରୁ ଉପକୂଳ ସବୁଠି ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇଛି । ଆଜି କାଳବୈଶାଖୀ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ସାରା ଓଡ଼ିଶାକୁ ଜାରି କରାଯାଇଛି ୟେଲୋ ଆଲର୍ଟ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତାକାଲି ବର୍ଷାର ପରିମାଣ କମିଲେ ମଧ୍ୟ ଉତ୍ତର ଓଡ଼ିଶାରେ ପ୍ରଭାବ ରହିବ । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୨୧ ଏବଂ ୨୨ ତାରିଖ ବେଳକୁ ପଶ୍ଚିମା ଝଡର ପ୍ରଭାବ କମିବା ସହ ତାପମାତ୍ରା ବୃଦ୍ଧି ପାଇବ । ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି ।

Exit mobile version