Site icon ଆଜିକାଲି

କାଲି ଠାରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସକାଳ ୭ରୁ ୧୦ ପାଠପଢା

ଭୁବନେଶ୍ୱର : ଆସନ୍ତାକାଲି (ସୋମବାର) ଠାରୁ ପୁଣି ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର । ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ପାଠ ପଢା । ଜିଲାପାଳମାନେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ଏବଂ ଆବଶ୍ୟକ ପଡିଲେ ଛୁଟି ଘୋଷଣା କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡିକରେ ପାନୀୟଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯେ, ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଗତ ୧୨ ତାରିଖରେ ସବୁ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ୧୬ ଯାଏଁ ଛୁଟି ଘୋଷଣା କରାଯାଇଥିଲା। ଆସନ୍ତାକାଲି ସ୍କୁଲ ମଧ୍ୟ ପୁଣି ଖୋଲିବ। କିନ୍ତୁ ପାଠପଢା ସମୟ ପରିବର୍ତ୍ତନ କରାଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ସକାଳ ସାଢେ ୬ରୁ ଆରମ୍ଭ ହୋଇ ଦିନ ୧୧ଟା ଯାଏଁ ଚାଲିବ ।

Exit mobile version