କେନ୍ଦୁଝର, ଆଜି କେନ୍ଦୁଝର ସହରର ସଂସ୍କୃତି ଭବନ ଠାରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଙ୍ଗଠନର ରାଜ୍ୟ ସାଧାରଣ ସମ୍ପାଦିକା ମିତାରାଣୀ ମହାପାତ୍ର,ଭାରତୀୟ ମଯଦୁର ସଙ୍ଘର ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ, ଜିଲ୍ଲା ସଭାପତି ନିହାରରଞ୍ଜ ମିଶ୍ର (ବିଏମଏସ),ଜିଲ୍ଲା ଉପସଭାନେତ୍ରୀ ଦୀପିକା ମହାରଣା,ଜିଲ୍ଲା ମହିଳା ପ୍ରମୁଖ ଗାୟତ୍ରୀ ଜେନା,ମିଡ଼ିଆ ପ୍ରମୁଖ ଅର୍ଜୁନ ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ବାବୁଲାଲ ମହାନ୍ତ,ସହସମ୍ପାଦକ ଚନ୍ଦନ ବୈପାଇ,ଅଙ୍ଗନୱାଡି ଲେଡିଜ କର୍ମଚାରୀ ସଂଘ ର ଜିଲ୍ଲା ସଭାନେତ୍ରୀ ସୋମବାରି ନାଏକ, ଜିଲ୍ଲା ସାଧାରଣ ସମ୍ପାଦିକା ମମତା ରାଣୀ ବେହେରା, ରାଜ୍ୟ ଉପଦେଷ୍ଟା ସୁଷମାରାଣୀ ମହାପାତ୍ର, ଉଜ୍ଜଳା ଦିଦି ସଂଘର ରାଜ୍ୟ ସଂଯଜିକା ତଥା ଜିଲ୍ଲାର ସମସ୍ତ ବ୍ଲକ ର ଅଙ୍ଗନୱାଡି ଲେଡିଜ କର୍ମଚାରୀ ସଂଘ ର କର୍ମକର୍ତ୍ତା ଉପସ୍ଥିତ ରହି ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା । କେନ୍ଦୁଝର ଜିଲ୍ଲା ଅଙ୍ଗନୱାଡି ଲେଡିଜ କର୍ମଚାରୀ ସଂଘ ର ନୂତନ କମିଟି ହୋଇଛି । ରାଜ୍ୟ ଏବଂ ଜିଲ୍ଲା ନେତୃବର୍ଗ ଅନୁମୋଦନ କ୍ରମେ ଜିଲ୍ଲା ସଙ୍ଗଠନ ର ଜିଲ୍ଲା ସଭାନେତ୍ରୀ ଭାବେ ଚନ୍ଦ୍ରମଣୀ ବାରିକ, ଉପ ସଭାନେତ୍ରୀ ମିନାକ୍ଷୀ ପଳେଇ, ସବିତା ମଞ୍ଜରୀ ସେଠୀ,କାମିନୀ ଦେହୁରୀ,ସମ୍ପାଦିକା ଭାନୁମତୀ ମହନ୍ତି, ସହ ସମ୍ପାଦିକା ରୀନାରାଣୀ ବେହେରା,ସହ ସମ୍ପାଦିକା ମୀରା ନାଏକ ଓ କନକଲତା ସାମଲ,କୋଷାଧ୍ୟକ୍ଷ ସୋମବାରି ନାଏକ, ଉପ କୋଷାଧ୍ୟକ୍ଷ ସରୋଜିନୀ ବାରିକ,କାର୍ଯ୍ୟକାରୀ କମିଟି ର ସଦଷ୍ୟା ସ୍ମୃତିରାଣୀ ଷଡ଼ଙ୍ଗୀ,ରାଧାରାଣୀ ମହାନ୍ତି,ପଦ୍ମାବତି ଚାମ୍ପିଆ ନାମ ଘୋଷଣା ହୋଇଯାଇଛି ।