Site icon ଆଜିକାଲି

ଧାମନଗର ଉପନିର୍ବାଚନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ ବସିଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ବିଭିନ୍ନ ଦଳ ସେମାନଙ୍କ ମତାମତ ରଖିଛନ୍ତି । ବୈଠକରେ ବିଜେପି ଦାବି କରିଛି ପୂର୍ବରୁ ଅନୁମୋଦନ ହୋଇଥିବା ପ୍ରକଳ୍ପ କାର୍ଯ୍ୟକୁ ବର୍ତ୍ତମାନ ତ୍ବରାନ୍ବିତ ନ କରି ନିର୍ବାଚନ ପର୍ଯ୍ୟନ୍ତ ବନ୍ଦ ରଖାଯାଉ । କଂଗ୍ରେସ କହିଛି ଯେ, ନିର୍ବାଚନ ବେଳେ ପୋଲିସ ଜିପ ଓ ସୁରକ୍ଷାରେ ଟଙ୍କା ବଣ୍ଟା ଯାଉଛି ତାକୁ ବନ୍ଦ କରାଯାଉ । ଯେଉଁଠି ସବୁ ସମ୍ବେଦନଶୀଳ ବୁଥ ରହିଛି ସେଠି ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଉ । ନିର୍ବାଚନ ସ୍ୱଚ୍ଛ ଓ ନିରପେକ୍ଷ କିଭଳି ହୋଇପାରିବ ସେ ନେଇ ସବୁ ପଦକ୍ଷେପ ନିଆଯାଉ ବୋଲି ବିଜେଡି କହିଛି ।

Exit mobile version