Site icon ଆଜିକାଲି

ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱର ସମସ୍ତ ସମ୍ପତ୍ତି, ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ

ଭୁବନେଶ୍ୱର : ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱର ସମସ୍ତ ସମ୍ପତ୍ତି । ସମ୍ପତ୍ତି ବାଜ୍ୟାପ୍ତ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ । ପ୍ରାୟ ୬୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ୨୦୦୯ ରୁ ୨୦୧୨ ମଧ୍ୟରେ କରିଥିଲେ ଏହି ଠକେଇ ।

ଏହି ମାମଲାରେ ଅର୍ଥତତ୍ତ୍ୱ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସେଠୀ ଗିରଫ ହୋଇ ଜେଲରେ ଥିଲେ । ଏମିତିକି ଭୁବନେଶ୍ୱର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ଵର, ଗଞ୍ଜାମ, ପୁରୀ, ଅନୁଗୁଳରେ ରହିଛି ଏହି ଭୁସମ୍ପତ୍ତି । ବ୍ୟାଙ୍କ ଜମା ୨ କୋଟି ୧୭ ଲକ୍ଷ ମଧ୍ୟ ବାଜ୍ୟାପ୍ତ କଲେ କୋର୍ଟ । ଭୁସମ୍ପତ୍ତି ନିଲାମ କରି ଲବ୍ଧ ଅର୍ଥ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ । ୧୧୦ ଏକର ସମ୍ପତ୍ତି ସହ ୧୧ ଟି ଦାମୀ ଗାଡି ବି ବାଜ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version