Site icon ଆଜିକାଲି

୯ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ୯ ତାରିଖ (ସୋମବାର) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବର ୮ ତାରିଖ (ରବିବାର) ନୂଆଁଖାଇ ପଡୁଛି। ତେଣୁ ୯ ତାରିଖକୁ ଅର୍ଥାତ୍ ଆସନ୍ତା ସୋମବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛୁଟି ଘୋଷଣା କରିଥିଲେ। ସେହିଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଦେଶରେ କହିଥିଲେ।

Exit mobile version