Site icon ଆଜିକାଲି

୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ ହେବ : ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ ହେବ । ଏହାସହିତ ୧୦ହଜାର ପାରା ମେଡ଼ିକାଲ୍ ଷ୍ଟାଫ ନିଯୁକ୍ତି ପାଇବେ । ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।

୬ ବର୍ଷରେ ୮ ନୂଆ ମେଡିକାଲ କଲେଜ ସହ ୨ଟି ପୋଷ୍ଟ ଗ୍ରାଜୁଏଟ କଲେଜ କରାଯାଇଛି । ପ୍ରତି ବର୍ଷ ୨୨୦୦ ନୂଆ ଡାକ୍ତର ଓ ୮୨୬ ବିଶେଷଜ୍ଞ ରାଜ୍ୟ ପାଉଛି । ଆଗକୁ ରାଜ୍ୟରେ ଡାକ୍ତର ଅଭାବ ରହିବ ନାହିଁ । ୨୦୨୪ ଜାନୁଆରୀରୁ କଟକ ଏସସିବିର ଏମ୍ସ ପ୍ଲସ୍‌ରେ ରୋଗୀ ସେବା ଉପଲବ୍ଧ ହେବ । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୫.୫ ଲକ୍ଷ ପରିବାର ସାମିଲ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Exit mobile version