Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ରେଞ୍ଜର

ଟିଟିଲାଗଡ଼ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ତରଫରୁ ଚଢାଉ ହୋଇଛି । ଏହି ଚଢାଉ ଏକକାଳୀନ ଟିଟିଲାଗଡ଼ ସରକାରୀ ବାସଭବନ, ବଲାଙ୍ଗିର ବାସଭବନ ଓ ଜଣେ ସମ୍ପର୍କୀୟଙ୍କ ଘରେ ଅନୌପଚାରିକ ଭାବରେ କରାଯାଇଥିବା ସୂଚନା ମିଳିଛି ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଲିଥିବା ଏହି ଚଢାଉ ସମୟରେ ଟିଟିଲାଗଡରେ ରେଞ୍ଜର ନଥିବାରୁ ଭିଜିଲାନ୍ସ କର୍ମଚାରୀ ମାନେ ଘରେ ଥିବା ସମସ୍ତ୍ ଜିନିଷ ପତ୍ରର ତନଖି କରିଥିଲେ ଓ ଏହା ସବୁକୁ ଲିଷ୍ଟ କରିଥିଲେ । ରେଞ୍ଜରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ସୂଚନା ପାଇବାପରେ ଭିଜିଲାନ୍ସ ବିଭାଗ ତରଫରୁ ଏହି ଚଢାଉ ଏକକାଳୀନ ବିଭିନ୍ନ ସ୍ଥାନରେ ଚାଲିଥିବା ସୂଚନା ମିଳିଛି ।

Exit mobile version