Site icon ଆଜିକାଲି

ରମାଦେବୀ ଜୁନିଅର କଲେଜରେ ରାଗିଂ ଅଭିଯୋଗ , ତଦନ୍ତ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : ରମାଦେବୀ ଜୁନିୟର କଲେଜରେ ରାଗିଂ ଅଭିଯୋଗ ଆସିଛି । ଅଭିଯୋଗ ପାଇଲା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ରାଗିଂ କରାଯାଇଥିବା ନେଇ ରମାଦେବୀ ଜୁନିଅର କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଅଭିଯୋଗ କରିଥିଲେ । ଏ ନେଇ ସେ ପ୍ରଥମେ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ରାଗିଂର ସମ୍ମୁଖୀନ ହୋଇଥିବା ଛାତ୍ରୀ ଜଣକ ଗଣଶିକ୍ଷା ବିଭାଗକୁ ଜଣାଇଥିଲେ ।

ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି।

Exit mobile version