Site icon ଆଜିକାଲି

ଶିମିଳିପାଳ ଅଭୟାରଣ୍ୟରେ ହାତୀ ଶିକାର ଅଭିଯୋଗ, ରେଞ୍ଜର ଓ ଦୁଇ ବନ କର୍ମଚାରୀ ନିଲମ୍ବିତ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର କରାଯାଇଥିବା ଅଭିଯୋଗ ହୋଇଛି । ହାତୀକୁ ମାରିବା ପରେ ଦାନ୍ତ ଚୋରି କରି ନେଇଯାଇଛନ୍ତି ଶିକାରୀ । ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ଘଟିଛି ଏପରି ଘଟଣା। ଗତ ୧୫ ଦିନ ପୂର୍ବେ ହାତୀ ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଘଟଣା ଲୁଚାଇବାକୁ ବନ କର୍ମଚାରୀ ହାତୀକୁ ପୋଡ଼ି ଶିମିଳିପାଳ ଭିତରେ ଥିବା ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କରି ୩ ଦିନ ପୂର୍ବେ ବକୁଆ ଗ୍ରାମବାସୀ ଜେନାବିଲ ରେଞ୍ଜ ଘେରାଉ କରିବା ପରେ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ରେଞ୍ଜର ଓ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ ୫୦ ଜଣ ବନ କର୍ମଚାରୀଙ୍କୁ ନେଇ ଘଟଣାର ତଦନ୍ତ ପାଇଁ ଜେନାବିଲ ରେଞ୍ଜକୁ ଯାଇ ହାତୀ ପୋଡା ହୋଇଥିବା ସ୍ଥାନ ଚିହ୍ନଟ କରିଥିଲେ ।

Exit mobile version