Site icon ଆଜିକାଲି

ଦେଢ଼ ମାସର ଶିଶୁ କନ୍ୟାକୁ ତଣ୍ଟି ଚିପି ମା’ ମାରିଥିବା ନେଇ ଅଭିଯୋଗ

ଆଳି : ପୁଣି ଆସିଲା ଶିଶୁ କନ୍ୟାକୁ ହତ୍ୟା ଭଳି ସଙ୍ଗିନ ଅଭିଯୋଗ। ନିଜ ଜନ୍ମ କରିଥିବା ମାଆ ସାଜିଲା ଡାଆଣି । ମାଆ ନାମରେ ଲାଗିଛି କଳଙ୍କ । ଦେଢ଼ ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ସୂଚନ ମିଳିଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପଦନିପାଳ ମହାନ୍ତି ସାହିରେ ।

ରଶ୍ମିତା ମହାନ୍ତି ତାଙ୍କର ଦେଢ଼ ମାସର ଶିଶୁ କନ୍ୟାକୁ ତଣ୍ଟି ଚିପି ମାରିଥିବା ଆଳି ଥାନାରେ ଶାଶୁ ବାସନ୍ତୀ ମହାନ୍ତି ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇ ମା ରଶ୍ମିତାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଏନେଇ ଅଞ୍ଚଳରେ ନୃଶଂସ କାର୍ଯ୍ୟକୁ ନିନ୍ଦା କରୁଥିବା ବେଳେ ସେ ମାକୁ କଠୋରରୁ କୋଠାର ସଜା ପାଇ ଦାବି କରୁଛନ୍ତି ଜେଜେ ମା’ ।

Exit mobile version