କେନ୍ଦୁଝର, ସରକାର ଶୁଣିଲେ ନାହିଁ ଦାବି ପୂରଣ ହେଲା ନାହିଁ ଆଜି ଠାରୁ ସମୂହ ଛୁଟିରେ ଗଲେ କେନ୍ଦୁଝର ଜିଲ୍ଲା ମିଳିତ ଅମଲା ମଞ୍ଚର ସମସ୍ତ ସଦସ୍ୟ । କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିଷର ରେ ସଦର ଉପଖଣ୍ଡ ର ମିଳିତ ଥର ଅମଲା ମଞ୍ଚ ର ସମସ୍ତ ସଦସ୍ୟ ମାନେ କାର୍ଯ୍ୟ ରେ ଯୋଗ ନଦେଇ ଧାରଣା ରେ ବସିଛନ୍ତି । ସେହିପରି ଜିଲ୍ଲାର ଅନ୍ୟାନ୍ୟ ଉପଖଣ୍ଡ ରେ ମଧ୍ୟ ଧାରଣା ଦିଆଯାଇଛି । ସେପଟେ ସାଧାରଣ ଲୋକମାନେ ପ୍ରଚଣ୍ଡ ଖରା ରେ ବିଭିନ୍ନ କାମ ନେଇ ସରକାରୀ ଅଫିସ କୁ ଆସି ନିରାଶ ହୋଇ ଫେରୁଛନ୍ତି । ଅମଲା ମଞ୍ଚର ଏକମାତ୍ର ଦାବି, ସେମାନଙ୍କ ମୂଳ ଦରମା ୯୩୦୦ ସହିତ ଗ୍ରେଡ଼ପେ ୪୨୦୦ ଟଙ୍କା ଓ ଲେବଲ୍ ୯ ଅନୁଯାୟୀ ସେମାନଙ୍କ ଦରମା ନିର୍ଦ୍ଧାରଣ କରିବା । ଏଥିପାଇଁ ସେମାନେ ପୂର୍ବରୁ ଦାବି ଜଣାଇବା ସହିତ, ୨୨.୫.୨୦୨୩ ରୁ ୩୧.୫.୨୦୨୩ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିଥିଲେ। ଏହାପରେ ସରକାର ସେମାନଙ୍କ ଦାବି ପୂରଣ ନକଲେ ୧.୬.୨୦୨୩ ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସେମାନେ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଥିଲେ ।
June 1, 2023
0 Comment
571 Views
ସମୂହ ଛୁଟିରେ ଗଲେ କେନ୍ଦୁଝର ଜିଲ୍ଲା ମିଳିତ ଅମଲା ମଞ୍ଚର ସଦସ୍ୟ
କେନ୍ଦୁଝର, ସରକାର ଶୁଣିଲେ ନାହିଁ ଦାବି ପୂରଣ ହେଲା ନାହିଁ ଆଜି ଠାରୁ ସମୂହ ଛୁଟିରେ ଗଲେ କେନ୍ଦୁଝର ଜିଲ୍ଲା ମିଳିତ ଅମଲା ମଞ୍ଚର ସମସ୍ତ ସଦସ୍ୟ । କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିଷର ରେ ସଦର ଉପଖଣ୍ଡ ର ମିଳିତ ଥର ଅମଲା ମଞ୍ଚ ର ସମସ୍ତ ସଦସ୍ୟ ମାନେ କାର୍ଯ୍ୟ ରେ ଯୋଗ ନଦେଇ ଧାରଣା ରେ ବସିଛନ୍ତି । ସେହିପରି ଜିଲ୍ଲାର ଅନ୍ୟାନ୍ୟ ଉପଖଣ୍ଡ ରେ ମଧ୍ୟ ଧାରଣା ଦିଆଯାଇଛି ।... Read More