Site icon ଆଜିକାଲି

ମିଳିତ ଅମଲା ମଞ୍ଚର ଆନ୍ଦୋଳନ ଜାରି

କେନ୍ଦୁଝର, (ନି.ପ୍ର) ଓଡିଶା ସଚିବାଳୟ ଠାରେ ରାଜ୍ୟ ସରକାର ଙ୍କ ପ୍ରତିନିଧି ଏବଂ ଓଡିଶା ମିଳିତ ଅମଲା ମଞ୍ଚର ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି।ଏଥିରେ ନିଷ୍କର୍ସ ବାହାରିବାର ସୂଚନା ସରକାର ଙ୍କ ପ୍ରେସ ବିବୃତି ରୁ ଜଣାପଡିନାହିଁ। ତେଣୁ କେନ୍ଦୁଝର ଜିଲ୍ଲାରେ ଧାରଣାରତ ସମସ୍ତ ଆମଲା ଙ୍କ ମତାମତ ନିଆଯାଇଥିଲା।ଶେଷରେ ସମସ୍ତ ଆମଲା ନିଷ୍ପତ୍ତି ଅନୁସାରେ ମୈାଖିକ ମତାମତ ଦେବା ସହିତ ଲିଖିତ ମତାମତ ଦେଲେ ଏହି ଆନ୍ଦୋଳନ ବନ୍ଦ ହେବ । ନଚେତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଅମଲା ସଂଘ କର୍ମକର୍ତ୍ତାଗଣ କହିଛନ୍ତି। ଏହି ନିଷ୍ପତି ମଧ୍ୟ ରାଜ୍ୟ ନେତୃବୃନ୍ଦ ଙ୍କୁ କେନ୍ଦୁଝର ଜିଲ୍ଲା ପକ୍ଷରୁ ସୂଚନା ଦିଆଯାଇଛି। ମିଳିତ ଅମଲା ମଞ୍ଚ ପକ୍ଷରୁ ସମସ୍ତ ଜନସାଧାରଣ ଙ୍କୁ ଅପିଲ କରାଯାଇଛି କି ସେମାନଙ୍କର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲେ ସେମାନେ ତାଙ୍କୁ ଦୋଷ ନଦେଇ ରାଜ୍ୟ ସରକାର ଙ୍କ ଉପରେ ଚାପ ପକାଇବାକୁ ଦାବି ହୋଇଛି।

Exit mobile version