କେନ୍ଦୁଝର, ରାଜ୍ୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି କ୍ରମେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଏବଂ କମ୍ପ୍ୟୁଟର ଥାଇ ମଧ୍ୟ ଓଡ଼ିଶାର ସମସ୍ତ ଅମଲା ମାନଙ୍କର ଦରମା ଗ୍ରେଡ ପେ-୧୯୦୦ (ଲେଭେଲ-୪) ର ପ୍ରତିବାଦ କରି ଏବଂ ଗ୍ରେଡ ପେ-୪୨୦୦
(ଲେଭେଲ-୯) କୁ ବୃଦ୍ଧି କରିବାପାଇଁ ଓଡ଼ିଶାର ସମସ୍ତ ଅମଲା ୨୨/୦୫/୨୦୨୩ ରିଖ ଠାରୁ ତା ୩୧/୦୫/୨୦୨୩ ରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧିବା ନିଷ୍ପତ୍ତି ଅନୁସାରେ ଆଜିଠାରୁ କେନ୍ଦୁଝର ଜିଲ୍ଲାର ଅମଲା ମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛନ୍ତି । ଏହା ସତ୍ୱେ ଯଦି ସରକାର ଅମଲା ମାନଙ୍କ ଦାବିକୁ ପୁରାଣ ନକରନ୍ତି ତେବେ ତା ୦୧/୦୬/୨୦୨୩ ରିଖ ଠାରୁ କେନ୍ଦୁଝର ଜିଲ୍ଲାର ସମସ୍ତ ୮୦୦ ଅମଲା ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।