Site icon ଆଜିକାଲି

ଟ୍ରକ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ, ୨ ଆହତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଜୁଜୁମୁରା ତହସିଲ ଅଫିସ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌କୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ଅନ୍ୟଜଣେ ସହଯୋଗୀ କର୍ମଚାରୀ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ୫୫ ନମ୍ବର ଜାତୀୟ ରାଜପଥରେ ଏକ ଆମ୍ବୁଲାନ୍ସ ଯାଉଥିଲା । ଏହି ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହା ସହ ଆମ୍ବୁଲାନ୍ସର ଡ୍ରାଇଭର ଓ ଅନ୍ୟଜଣେ ସହଯୋଗୀ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଦୁର୍ଘଟଣାରେ ଆହତ ହୋଇଥିବା ଡ୍ରାଇଭର ଓ ଅନ୍ୟଜଣେ ସହଯୋଗୀ କର୍ମଚାରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି ପୋଲିସ । ଏଥିସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Exit mobile version