Site icon ଆଜିକାଲି

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଆମ୍ବୁଲାନ୍ସ – ଭ୍ୟାନ୍ ମୁହାଁମୁହିଁ ଧକ୍କା, ୫ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଫଳରେ ୫ ଜଣ ଗୁରୁତର ହୋଇଛନ୍ତି।

ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଆମ୍ବୁଲାନ୍ସ ବାଲେଶ୍ବର ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ମିରିଗୁମୁଣ୍ତି ଛକ ନିକଟରେ ଏକ ପିକଅପ ଭ୍ଯାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୫ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ରୂପ୍ସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଅନ୍ଯ ଏକ ଆମ୍ବୁଲାନ୍ସ ସାହାଯ୍ଯରେ ବାଲେଶ୍ବର ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି।

Exit mobile version