କେନ୍ଦୁଝର, (ନିପ୍ର) ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଆମେ ଓଡ଼ିଆ ଆମ ଭାଷା ସବୁଠୁ ବଢ଼ିଆ” ପରିବାର ପକ୍ଷରୁ କେନ୍ଦୁଝର ସ୍ଥିତ ସଂସ୍କୃତି ଭବନ ଠାରେ “ଉତ୍ସବ -୨୦୨୩” ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଅଛି। ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମକୁ ସଭାପତି ତାପସ ଲାୟକ୍ ସଭାପତିତ୍ବ କରିଥିଲେ। ସମ୍ପାଦକ ସବୀର ଦାଶ ସଂପାଦକୀୟ ଭାଷଣ ରଖିଥିଲେ। ମୂଖ୍ୟ ଅତିଥି ଭାବେ ଗୋନାସିକା ଗ୍ରୁପ୍ ର ଅଧ୍ୟକ୍ଷା ରାଜଶ୍ରୀ ଖାଟୋଇ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ କୈଳାଶ ନାୟକ, ସମାଜସେବୀ ଚନ୍ଦ୍ରଗୁପ୍ତ ପ୍ରସାଦ, ଡ଼. ଗଣପତି, ଯୁଧିଷ୍ଠିର ନାୟକ, ଡ଼. ସନ୍ଦୀପ୍ ପଟ୍ଟନାୟକ, ଦୀନବନ୍ଧୁ କର, ଆଶୁ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ଆଙ୍କର ପାର୍ଥସାରଥୀ ବେଜ୍ ମଞ୍ଚ ପରିଚାଳନା କରିଥିଲେ। ତାପରେ ଆମେ ଓଡ଼ିଆ ପରିବାର ତରଫରୁ ସନ୍ତୋଷ ଚାଟେର୍ଜୀ ଙ୍କ ନିର୍ଦେଶନା ରେ ଏକ ଖୁଦ୍ର ଚଳଚିତ୍ର “ସନ୍ଦେହ” ର ଉନ୍ମୋଚନ ହେଲା । ୨୪ ହଜାଇ ସଦସ୍ୟଙ୍କୁ ନେଇ ଗଠିତ ଏହି ଅନୁଷ୍ଠାନ ର ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ମାନଙ୍କରେ ମିସ୍ ଓଡ଼ିଆ ଭାବେ ପି ସାଇ ସମ୍ଭବୀ, ମିଷ୍ଟର ଓଡ଼ିଆ ଭାବେ ତପନ କୁମାର, ମିଷ୍ଟର୍ ଓ ମିସେସ ଓଡ଼ିଆ ରେ ଗାୟତ୍ରୀ ବାରିକ୍ ଏବଂ ହେମରଞ୍ଜନ ବାରିକ୍, ମିସେଶ୍ ଓଡ଼ିଆ ରେ ଗୁନଗୁନ ନାୟକ, ସ୍ମାର୍ଟ କିଡ୍ ରେ ଅଭିଲିପ୍ସା ପରିଡ଼ା ପୁରସ୍କାର ପାଇଛନ୍ତି। ପ୍ରଥମ ଥର ଆମେ ଓଡ଼ିଆ ପକ୍ଷରୁ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ପ୍ରତିଷ୍ଠିତ ମଡେ଼ଲ ମାନଙ୍କୁ ନେଇ ସବୀର ଦାଶ ଙ୍କ ପରିଚାଳନାରେ ଅଲ୍ ଓଡିଶା ଫ୍ୟାସନ୍ ଫେଷ୍ଟିଭାଲ ଆୟୋଜିତ ହେଇଛି। ଏଥିରେ ରଜ କ୍ୱିନ ଆନ୍ୟା ଆଦ୍ୟାଶା, ଜ୍ୟୋତିର୍ମୟୀ କର, ରିତୁଲ ସିଂ, ଶୀତଲ ମିଶ୍ର ଶୋ ମେକର ଭାବେ ନଜର ଆସିଥିଲେ। ପ୍ରତିଷ୍ଠିତ ଜୁରି ନେହୁଲ ଭଟ୍ଟ ଜଜ୍ ଥିଲେ। ସନ୍ତୋଷ ଚାଟାର୍ଜୀ ସମସ୍ତ କାର୍ଯ୍ୟକ୍ରମର ପରିଚାଳକ ରୂପେ ଦାୟୀତ୍ବ ତୁଲାଇଥିଲେ। ବାବୁ ହୋତା ଙ୍କ ଅଧ୍ୟକ୍ଷତାରେ ରାତିରେ ଏଭର୍ ଗ୍ରୀନ ଏଭେଣ୍ଟ ପକ୍ଷରୁ ରଙ୍ଗାରଙ୍ଗ ମେଲୋଡ଼ି ପରିବେଷଣ ହୋଇଥିଲା। ଫ୍ୟାସନ୍ ଶୋ ରେ ଆଦ୍ୟାଷା ଚମ୍ପିୟାନ ହୋଇଥିବା ବେଳେ ଲୋପାମୁଦ୍ରା ରନରସଅପ ଏବଂ କୁମକୁମ୍ କୀର୍ତ୍ତି ଦ୍ୱିତୀୟ ରନରସଅପ ହୋଇଛନ୍ତି। କନକ ବି. ଏସ ମଲ ଏହି କାର୍ଯ୍ୟକ୍ରମର ପ୍ରିନ୍ସିପାଲ ପ୍ରଯୋଜକ ଥିବା ବେଳେ ସି ଟି ଜି ଗ୍ରୁପ, ଅମ୍ବିକା ମୋବାଇଲ, ଓ ଏମ ସି, କେ ସି ସି, ଅପର୍ଣ୍ଣା ଶାଢ଼ୀ ସେଣ୍ଟର୍, ପଣ୍ଡା କ୍ଲଥ ଷ୍ଟୋର ପ୍ରମୁଖ ସହ ପ୍ରାୟୋଜକ ଥିଲେ। ଗୀତାଂଜଳୀ ଭେଜ୍ ରେଷ୍ଟୁରାଣ୍ଟ ଫ୍ୟାମିଲି ଟ୍ରିଟ ପାର୍ଟନର ଥିବା ବେଳେ ଗ୍ରୀନ ଲୁକ୍ସ ବିଉଟୀ ଓ ସ୍ପା କସମେଟିକ ସ୍ପନ୍ସୋର୍ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କ୍ରିଏଟିଭ ମିଡ଼ିଆ ପକ୍ଷରୁ ଡିଜିଟାଲ ପ୍ରସାରଣ କରାଯାଇଥିଲା।