Site icon ଆଜିକାଲି

ଆମେ ଓଡ଼ିଆ ଆମ ଭାଷା ସବୁଠୁ ବଢ଼ିଆ ପରିବାର ପକ୍ଷରୁ ଅନୁଷ୍ଠିତ ହେବ ‘ଆମେ ଓଡ଼ିଆ ଉତ୍ସବ -୨୦୨୩’

କେନ୍ଦୁଝର, କଳା ସଂସ୍କୃତି ଏବଂ ଐତିହ୍ୟର ଭିତ୍ତିଭୂମି କେନ୍ଦୁଝର ମାଟିରୁ ଆରମ୍ଭ ହୋଇଥିବା ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆମେ ଓଡ଼ିଆ ଆମ ଭାଷା ସବୁଠୁ ବଢ଼ିଆ’ ପରିବାର ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖ, ୨୦୨୩ ଦିନ ‘ଆମେ ଓଡ଼ିଆ ଉତ୍ସବ -୨୦୨୩’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅନୁଷ୍ଠାନ ର ଏହି କାର୍ଯ୍ୟକ୍ରମ କେନ୍ଦୁଝର ସହରର ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଅଛି ।
ଏହି କାର୍ଯ୍ୟକ୍ରମରେ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ରଖୁଥିବା ପ୍ରତିଭା ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ମାନ ଆୟୋଜିତ ହେବ । ତତ୍ ସହିତ ଓଡ଼ିଶାର କୋଣ ଅନୁକୋଣର ପ୍ରତିଷ୍ଠିତ ମଡେଲ ମାନଙ୍କ ଦ୍ବାରା ଫ୍ୟାସନ୍ ଶୋ କାର୍ଯ୍ୟକ୍ରମ “ଉତ୍ସବ -୨୦୨୩” ର ସନ୍ଧ୍ୟାକୁ ରଙ୍ଗାୟିତ କରିବାକୁ ଯାଉଛି । ପରିଶେଷରେ ଖ୍ୟାତି ସଂପନ୍ନ ମେଲୋଡ଼ି ଅର୍କେଷ୍ଟ୍ରା “ଗୀତ ସାଗର ଦ୍ବାର ଦେଶର କୋଣ ଅନୁକୋଣର ଗୀତିକାର ମାନଙ୍କ ଦ୍ବାରା ପୁରୁଣା ଗୀତକୁ ନେଇ କର୍ପୋରେଟ ମେଲୋଡ଼ି ଶୋ ଆୟୋଜନ କରାଯାଇଅଛି ବୋଲି ସଙ୍ଗଠନ ର ସଭାପତି ତାପସ ଲାୟକ କହିଛନ୍ତି ।

Exit mobile version