Site icon ଆଜିକାଲି

ଆମେ ଓଡ଼ିଆ ଆମ ଭାଷା ସବୁଠୁ ବଢ଼ିଆ ର ରଜ ମଉଜ ସିଜିନ-୩ ଆରମ୍ଭ

କେନ୍ଦୁଝର, ଆମେ ଓଡ଼ିଆ ଆମ ଭାଷା ସବୁଠୁ ବଢ଼ିଆ ଫେସବୁକ ପେଜ୍ ର ଆନୁକୂଲ୍ୟରେ ଅନ୍ୟ ବର୍ଷ ଭଳି ଏ ବର୍ଷ ମଧ୍ୟ ରଜ ମଉଜ ସିଜିନ-୩ ର ଅନଲାଇନ ପ୍ରତିଯୋଗିତା ଆରମ୍ଭ ହେଇଯାଇଛି । ଆଡମିନ ତାପସ ଲାୟକ, କେନ୍ଦୁଝର ଏବଂ ଆଡମିନ ସ୍ୱପ୍ନା କର ଙ୍କ ନେତୃତ୍ୱ ରେ ଏହି ପ୍ରତିଯୋଗିତା ସୁଚାରୁରୂପେ ଆଗେଇ ଚାଲିଛି । ମହିଳା ବିଭାଗ ରେ ତିନୋଟି ବର୍ଗ କରାଯାଇଛି ଯଥା “ରଜ ରଜ କୁମାରୀ” “ରଜ ରାଣୀ” “ରଜ ମହାରାଣୀ” ଏବଂ ପୁରୁଷ ବର୍ଗ ରେ “ରଜ ରାଜା” ପ୍ରତିଯୋଗିତା ହେଉଅଛି । ଏହି ପ୍ରତିଯୋଗିତା ର ଫଳାଫଳ ୧୬ ଜୁନ ୨୦୨୩ ରାତି ୯ଟା ରେ ଲାଇଭ ପ୍ରୋଗ୍ରାମ ମାଧ୍ୟମ ରେ ଘୋଷଣା ହେବାର ସୂଚନା ରହିଛି। ପରିବାର ର ସମସ୍ତ ସଦସ୍ୟ ବିଶେଷ କରି ବ୍ରହ୍ମାନନ୍ଦ ସଥପଥି ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରୁଛନ୍ତି । ଏହି ପ୍ରତିଯୋଗିତା ର ପୃଷ୍ଠାପୋଷକ ସିଟିଜି ଫାଉନଣ୍ଡେସନ ଏବଂ ଅମ୍ବିକା ମୋବାଇଲସ୍ କେନ୍ଦୁଝରଙ୍କୁ ଆମେ ଓଡ଼ିଆ ଆମ ଭାଷା ସବୁଠୁ ବଢ଼ିଆ ପରିବାର ର ସମସ୍ତ ସଦସ୍ୟ ଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

Exit mobile version