Site icon ଆଜିକାଲି

୧୦ ଡିଗ୍ରୀ ସେଲସିୟସ ତଳେ ରାଜ୍ୟର ୧୦ ସହର , ଜି ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ୱର – ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ବିଶେଷ କରି ଦକ୍ଷିଣ-ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି । କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୧୦ଟି ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି । ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି। ୬.୫ ଡିଗ୍ରୀ ସହ ସେଲସିୟସ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ହୋଇଛି।

କିରେଇରେ ୭, ଫୁଲବାଣୀରେ ୮.୫, କୋରାପୁଟରେ ୮.୭, କେନ୍ଦୁଝରରେ ୮.୮ , ସୁନ୍ଦରଗଡ଼ରେ ୯, ଝାରସୁଗୁଡ଼ା ୯.୨, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୁଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୩.୫ ଓ ଭୁବନେଶ୍ବରରେ ରାତି ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ ରହିଛି ।

Exit mobile version