Site icon ଆଜିକାଲି

୪୦ କେଜି ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ଗିରଫ

ଲମତାପୁଟ : କୋରାପୁଟର ଲମତାପୁଟ ବ୍ଲକରେ ବାଇକ୍‌ରେ ଗଞ୍ଜେଇ ଚୋରା ଚାଲାଣ କରିବା ବେଳେ ମାଡ଼ି ବସିଲା ପୋଲିସ । ଏହି ଚଢାଉରେ ୪୦ କେଜି ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି ।

ସୂଚନା ମୁତାବକ, ଲମତାପୁଟରେ ଅନେକ ସମୟରେ ଗାଡି ଗୁଡିକୁ ଅଟକାଇ ଚେକିଂ କରାଯାଇଥାଏ । ତେବେ ଗୁରୁବାର ଏହି ଚେକିଂ ସମୟରେ ଦ୍ରୁତ ଗତିରେ ଏକ ବାଇକ୍‌ଟି ଆସୁଥିବାର ଦେଖିଥିଲା ପୋଲିସ । ଏହା ଦେଖି ସନ୍ଦେହରେ ଉକ୍ତ ବାଇକ ଚାଳକଙ୍କୁ ଅଟକାଇଥିଲେ । ବାଇକ ଚାଳକଙ୍କୁ ଅଟକାଇ ଚେକିଂ କରି ୪୦ କେଜି ଓଜନର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।

Exit mobile version