Site icon ଆଜିକାଲି

ଆମ୍ବ ଗୋଟାଉଥିବା ବେଳେ ଆକ୍ରମଣର ଶିକାର, ହାତୀ ନେଲା ଆଉ ଜଣଙ୍କ ଜୀବନ

ସମ୍ବଲପୁର : ସମ୍ବଲପୁରରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚାରମାଳ ଥାନା ଭଳିଆକଟା ପଞ୍ଚାୟତ ବୁଢୀଖମାର ଗାଁର ରଙ୍କ ଭୂୟାଁ (୬୦) ।

ସୂଚନା ଯେ, ସମ୍ବଲପୁର ଜିଲା ଚାରମାଳ ଥାନା ଭଳିଆକଟା ପଞ୍ଚାୟତ ବୁଢୀଖମାର ଗାଁର ରଙ୍କ ବୁଧବାର ସକାଳୁ ନିଜ ଆମ୍ବ ବଗିଚାରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ହାତୀ ଆକ୍ରମଣରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ମୃତ ବ୍ୟକ୍ତି ଗୋପାଳ ଢାବାର ମାଲିକ ତଥା ଯୁଯୁମୁରା ସରପଞ୍ଚଙ୍କ ସ୍ଵାମୀ ଗୋପାଳ ପ୍ରଧାନ । ସେ ମଙ୍ଗଳବାର ରାତିରେ ଢାବା ସମ୍ମୁଖରେ ଶୋଇଥିଲେ । ତେବେ ରାତିରେ ହାତୀ ଆସି ଦଳି ଦେଇଥିବା ସୂଚନା ମିଳିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ବର୍ତ୍ତମାନ ଯୁଯୁମୁରା ପଞ୍ଚାୟତକ ସରପଞ୍ଚ ଅଛନ୍ତି ।

Exit mobile version