Site icon ଆଜିକାଲି

ସମ୍ଭାବ୍ୟ ବାତ୍ୟା ନେଇ ଅପରାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିକୁ ନେଇ ବୈଠକ । ବାତ୍ୟା ସ୍ଥିତିକୁ ନେଇ ରାଜ୍ୟ ସରକାର ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ ।ଅପରାହ୍ନ ୫ଟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ସାମିଲ ହେବେ ଏସଆରସି, ଜିଲାପାଳ ଓ ବରିଷ୍ଠ ଅଧିକାରୀ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ୭ ଜିଲା ଉପରେ ରହିଛି ସ୍ୱତନ୍ତ୍ର ନଜର ରଖାଯାଇଛି । ସମସ୍ତ ଜିଲାର ଜିଲାପାଳଙ୍କୁ ଏହି ସମୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସୃଷ୍ଟି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟ ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

Exit mobile version