Site icon ଆଜିକାଲି

ମାଓ ସ୍ଥିତି ସମୀକ୍ଷା ନେଇ ଆଜି ପୋଲିସ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ମାଓ ସ୍ଥିତି ସମୀକ୍ଷା ନେଇ ବୁଧବାର ପୋଲିସ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବସିବ ଏହି ସମୀକ୍ଷା ବୈଠକ ।

ଖବର ଅନୁଯାୟୀ, ରାଜ୍ୟରେ ମାଓ ସ୍ଥିତି ଏବଂ ପଡୋଶୀ ରାଜ୍ୟର ନକ୍ସଲଙ୍କ ଅନୁପ୍ରବେଶ ଚିନ୍ତାଜନକ ରହିଛି । ତେବେ ନକ୍ସଲ ଦମନ ରଣନୀତି ନେଇ ବୁଧବାର ପୋଲିସ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବସିବ ମାଓ ସମୀକ୍ଷା ବୈଠକ । ଏହି ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଏଡିଜି ଅପରେସନ ଯୋଗଦେବେ । ଏହାସହିତ ୧୦ ମାଓ ପ୍ରବଣ ଜିଲ୍ଲାର ଏସ୍‌ପିମାନେ ମଧ୍ୟ ବୈଠକରେ ଯୋଗଦେବେ । ଭିଡିଓ କନ୍‌ଫରେନ୍ସି ଜରିଆରେ ଏସ୍‌ପିମାନେ ସାମିଲ ହେବେ । ନକ୍ସଲ ଦମନ ପାଇଁ ନୂଆ ରଣନୀତି ଉପରେ ଆଜିର ଏହି ବୈଠକରେ ଆଲୋଚନା ହେବ ।

Exit mobile version