Site icon ଆଜିକାଲି

ଚିକିତ୍ସା ପାଇଁ ସାତକୋଶିଆରୁ କପିଳାସ ଗଲା ଆହତ ମାଈ ହାତୀ

ଅନୁଗୋଳ : ଦୁଇ ଗଛ ମଧ୍ୟରେ ଫସିଥିବା ହାତୀର ଅଧିକ ଚିକିତ୍ସା ପାଇଁ ଶେଷରେ ସାତକୋଶିଆରୁ ଗଲା ଢେଙ୍କାନାଳ କପିଳାସ । ଗତ ମେ’ ୯ ତାରିଖରେ ବୁର୍ତ୍ତି ନିକଟରୁ ଦୁଇ ଗଛ ମଧ୍ୟରୁ ବନ ବିଭାଗ ଉଦ୍ଧାର କରିଥିଲା । ସେହିଦିନଠାରୁ ହାତୀଟି ବନ ବିଭାଗର ନଜରରେ ରହିଥିଲା । କିନ୍ତୁ ହାତୀର ଗୋଡ଼ ଚମଡା କ୍ଷତରେ ସୁଧାର ନ ଆସିବାରୁ ହିଂଶ୍ରୀଡା ଗାଁ ନିକଟରୁ ପୁଣି ଥରେ ଠାବ କରି ଢେଙ୍କାନାଳ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ହାତୀଟି ସାତକୋଶିଆର ବୁର୍ତ୍ତି ଗାଁ ନିକଟକୁ ପଣସ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଫସି ରହିଥିଲା । ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଜେସିବି ଲଗାଇ ଗଛକୁ ଅଲଗା କଲା ପରେ ହାତୀକୁ ଉଦ୍ଧାର କରାଯାଇଥିଲା । ସେହିଦିନଠୁ ହାତୀଟିକୁ ବନ ବିଭାଗ ନଜରରେ ରଖିଥିଲା । ଆଗକୁ ବର୍ଷା ଆସୁଥିବାରୁ ସତର୍କତା ପାଇଁ ହାତୀକୁ ଅଧିକା ଚିକିତ୍ସା ପାଇଁ କପିଳାସ ପଠାଯାଇଛି । ହାତୀଟି ସୁସ୍ଥ ହେଲା ପରେ ପୁଣି ଥରେ ହାତୀକୁ ସାତକୋଶିଆ ଫେରାଇ ଅଣାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

Exit mobile version