Site icon ଆଜିକାଲି

ଅଜଣା ବାଇକ ଧକ୍କାରେ ବୃଦ୍ଧ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ନିକଟରେ ଏକ ଅଜଣା ବାଇକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ସୂଚନା ମତେ ଶନିବାର ସକାଳ ୧୧ ଟାରେ ଡିମିରିପାଲି ସ୍କୁଲ ସମ୍ମୁଖରେ ଏକ ଅଜଣା ବାଇକ୍ ଧକ୍କାରେ ୫୦ ବର୍ଷୀୟା ବୃଦ୍ଧା ଗୁରୁତର ହୋଇଛନ୍ତି । ବୃଦ୍ଧା ଜଣଙ୍କ ମନୁପାଲି ପଞ୍ଚାୟତ ସହୁପଡା ଗ୍ରାମର ପଦ୍ମ ରଣବାଡା ବୋଲି ଜଣାପଡିଛି । ସେହି ଗ୍ରାମର ଅନ୍ୟ ଏକ ବୃଦ୍ଧାଙ୍କ ସହିତ ବାଉଁଶୁଣୀ ଷ୍ଟେଟ ବ୍ୟାଙ୍କକୁ ଟଙ୍କା ନେବାକୁ ଆସିଥିଲେ । ଟଙ୍କା ଉଠାଣ ସାରି ପଦ୍ମଙ୍କ ଦେହ ଅସୁସ୍ଥ ଥିବାରୁ ଉଭୟେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିଲେ । ଆସିବା ସମୟରେ ଡିମିରିପାଲି ସ୍କୁଲ ସମ୍ମୁଖରେ ହଠାତ୍ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ସେ ସେଠାରେ ଛିଟିକି ପଡ଼ିଥିଲେ ।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବାଉଁଶୁଣୀ ଦମକଳ ବାହିନୀ ପହଞ୍ଚି ଗୁରୁତର ବୃଦ୍ଧାଙ୍କୁ ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କର ବାମ ଗୋଡ ଭାଙ୍ଗି ଯାଇଥିବା ଡ଼ାକ୍ତର କହିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ସୋନପୁର ଜିଲ୍ଲା ଡାକ୍ତରଖାନାକୁ ସୁନାନୁରିତ କରାଯାଇଥିଲା । ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି ।

Exit mobile version