Site icon ଆଜିକାଲି

ନଦୀରେ ଭାସୁଛି ଅଜଣା ମୃତଦେହ, କାରଣ ଅସ୍ପଷ୍ଟ

ପଦ୍ମପୁର : ନଦୀରେ ଭାସୁଛି ଅଜଣା ମୃତଦେହ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ଅମଠି ନଦୀରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ମୃତଦେହଟି ନଗ୍ନ ଅବସ୍ଥାରେ ଭାସୁଛି । ଜଣେ ପୁରୁଷର ମୃତଦେହ ବୋଲି ଅନୁମାନ କରାଯାଉଛି ।

ଆଜି ସକାଳୁ ଲୋକମାନେ ଶୌଚ ପାଇଁ ନଦୀକୁ ଯାଇଥିବା ବେଲେ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ ଏବଂ ଝାରବନ୍ଧ ଥାନାକୁ ଖବର କରିଥିଲେ । ଖବର ପାଇ ଝାରବନ୍ଧ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version