Site icon ଆଜିକାଲି

ରାସ୍ତା ପାର୍‌ ବେଳେ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ମହିଳା ମୃତ

ଚଣ୍ଡିଖୋଲ : ଯାଜପୁର ଜିଲା ଚଣ୍ଡିଖୋଲ-ପାରାଦୀପ ରାଜପଥ ଚାରିନଙ୍ଗଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ମହିଳା ମୃତ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ-ପାରାଦୀପର ଚାରିନଙ୍ଗଳ ଛକରେ ଏକ ଅଜଣା ଗାଡି ମହିଳାଙ୍କୁ ଧକ୍କା ଦେଇଥିଲା । ମହିଳା ଜଣଙ୍କ ରାସ୍ତା ପାର୍‌ ହେଉଥିବା ବେଳେ ଅଜଣା ଗାଡିଟି ପଛପଟୁ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ସ୍ଥାନୀୟ ନଳିପୁର ଅଞ୍ଚଳର ଗୁଲାର୍ଜନ ବିବି । ସେପଟେ ଦୁର୍ଘଟଣା ନେଇ ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version