Site icon ଆଜିକାଲି

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ୬ ମାସରେ ତଦନ୍ତ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ବିରୋଧରେ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ୬ମାସ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଆଇଜିଙ୍କ ସମେତ ୨ ଜଣ ଏସପି ଏହି ତଦନ୍ତ ପ୍ରକ୍ରିୟାରେ ସହାୟତା କରିବେ ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି । ପର୍ଯ୍ୟାପ୍ତ ପୋଲିସ ନଥିବାରୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହୋଇଛି । ଏନେଇ ଆଡ଼ଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରିବା ପରେ, ଅଦାଲତ ଅବମାନନା ମାମଲା ଉପରେ କୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଗତ ଶୁଣାଣିରେ ଜବାବ ଦାଖଲ ପାଇଁ ଦୁଇ ଦିନର ସମୟ ନେଇଥିଲେ ରାଜ୍ୟ ସରକାର । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ୬ ମାସ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଆକ୍ସନ ନେଇନଥିଲା କ୍ରାଇମବ୍ରାଞ୍ଚ । ଯାହାଫଳରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଦନା ଟପ୍ପୋ ।

Exit mobile version