କେନ୍ଦୁଝର, ଉତ୍ତମ ସେବା ପାଇଁ ଜାତୀୟ ପୁରସ୍କାର ପାଇଲେ କେନ୍ଦୁଝର ଜିଲ୍ଲାର ଅଙ୍ଗନୱାଡି କର୍ମୀ ସୁଷମା ପାତ୍ର। ୭୮ତମ ସ୍ବାଧୀନତା ଦିବସ ଅବସରରେ ଝୁମ୍ପୁରା ବ୍ଲକ ଅର୍ଶଳା-୩ ଅଙ୍ଗନୱାଡି କର୍ମୀ ସୁଷମା ପାତ୍ରଙ୍କୁ ନୂଆଦିଲ୍ଲୀର ବିଜ୍ଞାନଭବନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଶାର ମାତ୍ର ୩ଜଣ ଅଙ୍ଗନୱାଡି କର୍ମୀ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସୁଷମା ଏହି ଜାତୀୟ ପୁରସ୍କାର ପାଇ ଜିଲ୍ଲାର ଗୌରବ ବଢାଇଛନ୍ତି। ବିଗତ ୧୭ବର୍ଷ ଧରି ସେ ମା ଓ ଶିଶୁମାନଙ୍କର ବିକାଶ ଦିଗରେ ଧ୍ୟାନ ଦେଇ ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଆସିଛନ୍ତି। ଫଳରେ ତାଙ୍କୁ ଏହି ଜାତୀୟ ପୁରସ୍କାର ମିଳିଥିବା ସେ କହିଛନ୍ତି।
August 18, 2024
0 Comment
47 Views
ଉତ୍ତମ ସେବା ପାଇଁ ଜାତୀୟ ପୁରସ୍କାର ପାଇଲେ କେନ୍ଦୁଝର ଜିଲ୍ଲାର ଅଙ୍ଗନୱାଡି କର୍ମୀ ସୁଷମା ପାତ୍ର
କେନ୍ଦୁଝର, ଉତ୍ତମ ସେବା ପାଇଁ ଜାତୀୟ ପୁରସ୍କାର ପାଇଲେ କେନ୍ଦୁଝର ଜିଲ୍ଲାର ଅଙ୍ଗନୱାଡି କର୍ମୀ ସୁଷମା ପାତ୍ର। ୭୮ତମ ସ୍ବାଧୀନତା ଦିବସ ଅବସରରେ ଝୁମ୍ପୁରା ବ୍ଲକ ଅର୍ଶଳା-୩ ଅଙ୍ଗନୱାଡି କର୍ମୀ ସୁଷମା ପାତ୍ରଙ୍କୁ ନୂଆଦିଲ୍ଲୀର ବିଜ୍ଞାନଭବନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଶାର ମାତ୍ର ୩ଜଣ ଅଙ୍ଗନୱାଡି କର୍ମୀ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସୁଷମା ଏହି ଜାତୀୟ ପୁରସ୍କାର ପାଇ ଜିଲ୍ଲାର... Read More