Site icon ଆଜିକାଲି

ଅଙ୍ଗନବାଡି କର୍ମୀଙ୍କ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କୁ ଫେରାଦ

କେନ୍ଦୁଝର , ଓଡିଶା ଅଙ୍ଗନବାଡି ମହିଳା କର୍ମୀ ସଂଘ କେନ୍ଦୁଝର ଜିଲା ଶାଖା ପକ୍ଷରୁ ବଜାର ଦର ବୃଦ୍ଧି ଯୋଗୁ ଅଣ୍ଡା ଓ ଶୁଖିଲା ଖାଦ୍ୟ ବଣ୍ଟନ ରେ ହେଉଥିବା ସମସ୍ୟା ସମ୍ବନ୍ଧରେ କେନ୍ଦୁଝର ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଏକ ବିଶେଷ ଆଲୋଚନା କରାଯାଇଛି। ଓଡିଶା ସରକାର ଙ୍କ ପତ୍ର ସଂଖ୍ୟା ୨୪୫୦୦/ ତା – ୬/୧୧/୨୩ ରିଖ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା ରେ କିଶୋରୀ ବାଳିକା (୧୫ ରୁ ୧୯ବର୍ଷ ) ମାନଙ୍କୁ ୩୦୦ ଦିନ ଘରକୁ ଖାଦ୍ୟ ବଣ୍ଟନ କରିବାର ନିର୍ଦେଶ ରହିଛି। ଉକ୍ତ ନିର୍ଦେଶନାମା ଅନୁଯାଇ ପ୍ରତି କିଶୋରୀଙ୍କୁ ମାସକୁ ୧୬ଟି ଅଣ୍ଡା ବଣ୍ଟନ କରାଯିବାର ନିର୍ଦେଶ ରହିଛି। କିନ୍ତୁ ବର୍ତ୍ତମାନ ବଜାରରେ ଅଣ୍ଡା ର ଦର ଗୋଟା ପ୍ରତି ୭ ରୁ ୮ଟଙ୍କା ରହିଥିବା ବେଳେ ୨୦୧୮ ମସିହାର ପରିପୂରକ ପୃଷ୍ଟିକର ଯୋଜନା ରେ ଜାରିକରାଯାଇଥିବା ନିର୍ଦେଶନାମ ଅନୁଯାଇ ଅଣ୍ଡା ବଣ୍ଟନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ଯାହାକି ଅଙ୍ଗନବାଡି କର୍ମୀଙ୍କ ଉପରେ ସିଧାସଳଖ ଆର୍ଥିକ ବୋଝୋ ଲଦି ଦିଆଯାଇଥିବା ଅଭିଯୋଗ କରିଛି କେନ୍ଦୁଝର ଜିଲ୍ଲା ଅଙ୍ଗନବାଡି ମହିଳା କର୍ମୀ ସଂଘ। ୨୦୧୮ ମସିହା ନିର୍ଦେଶନାମା ଅନୁଯାଇ ରନ୍ଧନ ଅଣ୍ଡା ର ମୂଲ୍ୟ ୫ଟଙ୍କା ଓ ଶୁଖିଲା ଖାଦ୍ୟର ମୂଲ୍ୟ ୫ଟଙ୍କା ୫୦ପଇସା ରହିଥିଲା। ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଏହାର କୋଣସି ବିଚାର କରିନାହିଁ ପ୍ରଶାସନ । ବଜାର ଦର ବଢୁଥିବା ବେଳେ ସରକାରି ଯୋଜନା ରେ ଖର୍ଚ ବୃଦ୍ଧି କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା ରେ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ କିଶୋରୀଙ୍କୁ ଅଣ୍ଡା ବଣ୍ଟନ କରିବାକୁ ନିର୍ଦେଶ ଦେବା ଅଙ୍ଗନବାଡି କର୍ମୀ ଉପରେ ଏକ ବୋଝ ବୋଲି ଅଭିଯୋଗ କରିଛି ସଂଘ। ପ୍ରଶାସନ ପକ୍ଷରୁ ଅପ୍ରେଲ ୩ତାରିଖ ମଧ୍ୟରେ ଏହାର ତ୍ୱରିତ ସମାଧାନ କରାନଗଲେ ପରବର୍ତୀ ନିଷ୍ପତ୍ତି ନେବ ଅଙ୍ଗନବାଡି କର୍ମୀ ସଂଘ। ସଂଘର ରାଜ୍ୟ ସମ୍ପାଦକ ମମତାରାଣୀ ବେହେରା,ଜିଲ୍ଲା ସଭାପତି ଚନ୍ଦ୍ରମଣି ବାରିକ, ସମ୍ପାଦକ ଭାନୁମତି ମହାନ୍ତ,ବ୍ଲକ ସମ୍ପାଦିକ ରୀନା ବେହେରା, କୋଷାଧକ୍ଷ ସୋମବାରୀ ନାୟକ, ମିନାକ୍ଷୀ ପଲେଇ ତଥା ଅନ୍ୟମାନେ ଉପସ୍ଥିତ ଥିଲେ।

Exit mobile version