Site icon ଆଜିକାଲି

ଅନୁଗୁଳ ଜିଲ୍ଲା ବିଜେଡି ନେତା ଦୁର୍ଗାଚରଣ ପ୍ରଧାନ ଦଳର ରାଜ୍ୟ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର – ବିଜେଡି ନେତାଙ୍କୁ ନୂଆ ନିଯୁକ୍ତି। ଅନୁଗୁଳ ଜିଲ୍ଲାର ବିଜେଡି ନେତା ଦୁର୍ଗାଚରଣ ପ୍ରଧାନଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁର୍ଗାଚରଣଙ୍କୁ ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ଏକ ପ୍ରେସ ରିଲିଜ ଜରିଆରେ ଏ ନେଇ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦୁର୍ଗାଚରଣ ପ୍ରଧାନ କିଛି ଦିନ ତଳେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ପ୍ରଭାବିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଥିଲେ।

Exit mobile version