Site icon ଆଜିକାଲି

ଖୋର୍ଦ୍ଧା ଜିଲା ବିଜେଡି କମିଟିର ନୂଆ ସଭାପତି ଓ କର୍ମକର୍ତ୍ତା ଘୋଷଣା

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ବିଜେଡିର ନୂଆ ସଭାପତି ଏବଂ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରିଷ୍ଠ ନେତା ବିଭୂତି ବଳବନ୍ତରାୟଙ୍କୁ ଖୋର୍ଦ୍ଧା ବିଜେଡିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ରାମଚନ୍ଦ୍ର ମହାପାତ୍ର ହେବେ ଉପଦେଷ୍ଟା । ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜ । ୩୩ ଜଣଙ୍କୁ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୪୨ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ । ବିଭୂତି ବଳବନ୍ତରାୟ ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ରହିଥିଲେ ।

Exit mobile version