Site icon ଆଜିକାଲି

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ, ୩୦ଟି ଟିମ୍ ନିୟୋଜିତ

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ରେ ପକ୍ଷୀ ଗଣନା ଆରମ୍ଭ । ଏହି ପକ୍ଷୀ ଗଣନାରେ ୩୦ଟି ଟିମ୍‌ରେ ମୋଟ ୬୦ ଜଣ ନିୟୋଜିତ ହୋଇଛନ୍ତି ବୋଲି ଡିଏଫ୍‌ଓ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ୧୫ଟି ସେକ୍ଟର ଗଠନ ହୋଇଛି । ଏହି ସବୁ ସେକ୍ଟରରେ ପକ୍ଷୀ ଗଣନା ଲାଗି ୩୦ଟି ଟିମରେ ୬୦ ଜଣ ନିୟୋଜିତ ହୋଇଛନ୍ତି | ତେବେ ଏହି ପକ୍ଷୀଗଣନା ସମୟରେ ଜଳଭଣ୍ଡାରରେ ସମସ୍ତ ପ୍ରକାରର କାର୍ଯ୍ୟକଳାପ ବନ୍ଦ ରଖାଯାଇଥିବା ଡିଏଫଓ ସୂଚନ ଦେଇଛନ୍ତି ।

ସେହିପରି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ୩୫ଟି ମତ୍ସଜୀବୀ ଡଙ୍ଗା ନିୟୋଜିତ ହୋଇଛି । ଜିଲ୍ଲା ବାହାରୁ ଏକ୍ସପର୍ଟ ନିୟୋଜିତ ହୋଇଥିବା ବେଳେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ ଯାଏଁ ପକ୍ଷୀ ଗଣନା ପାଇଁ ଟିମ୍‌ ଯିବ ।

Exit mobile version