Site icon ଆଜିକାଲି

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ବର : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସାଂସ୍କୃତିକ ଓ କ୍ରୀଡା ସଂସଦର ଦୁଇ ଦିନିଆ ବାର୍ଷିକ ଉତ୍ସବ ପାଳନ ସ୍ଥାନୀୟ ରବିନ୍ଦ୍ର ମଣ୍ତପ ଠାରେ ଆରମ୍ଭ ହୋଇଛି । ଏହାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଛନ୍ତି ।

ବିଭାଗୀୟ କାର୍ଯ୍ୟ ସହ ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ଚିତ୍ତବିନୋଦନର ଆବଶ୍ୟକତା ରହିଛି । ଏହାଦ୍ବାରା ପାରସ୍ପରିକ ସଂପର୍କ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିସହ ଅନ୍ତର୍ନିହିତ ସୃଜନାତ୍ମକ ପ୍ରତିଭା ବିକାଶ ହୋଇଥାଏ ବୋଲି ମୁଖ୍ୟ ଶାସନ ସଚିବ ଉଲ୍ଲେଖ କରିଥିଲେ ।

ଏହି ଅବସରରେ ସାଧାରଣ ଅଭିଯୋଗ ନିର୍ଦ୍ଦେଶକ ଗଙ୍ଗାଧର ସାହୁ, ଅତିରିକ୍ତ ସଚିବ ସୁଶାନ୍ତ କୁମାର ମହାନ୍ତି, ସଂସଦର ସାଧାରଣ ସଂପାଦକ ଓ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବାର୍ଷିକ ପତ୍ରିକା ସତୀର୍ଥର ମଧ୍ୟ ଉନ୍ମୋଚନ କରାଯାଇଥିଲା । ବାର୍ଷିକ ଉତ୍ସବ ପାଳନ ଅବସରରେ ଆୟୋଜିତ ବକ୍ତୃତା, ଚେସ ଓ ରଙ୍ଗୋଲି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷର ନାଟକ ଜୀବନ ଯଜ୍ଞ ପରିବେଷଣ କରାଯାଇଥିଲା ।

Exit mobile version