Site icon ଆଜିକାଲି

ଖଣି ଯାନ୍ତ୍ରିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କେନ୍ଦୁଝରସଦର,୧୭ା୫(ନି.ପ୍ର):କେନ୍ଦୁଝର ସ୍ଥିତ ଖଣି ଯାନ୍ତ୍ରିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓରିଫେଷ୍ଟ ୨୦୨୩ ସ୍ଥାନୀୟ ଅଡିଟୋରିୟମ ଠାରେ ପାଳିତ ହୋଇଛି।ଏହି ଉତ୍ସବରେ ସୁକିନ୍ଦା ଇମ୍ପା ମାଇନ୍ସର ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ରାକେଶ ରାମଧର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଗୋପାଳକ୍ରିଷ୍ଣ ମଲ୍ଲିକ,ଡିଡି ଏମ ଏବିଆର ଜେଏସ ଡବ୍ଲୁ ଲିମିଟେଡ ବଡବିଲ ସମ୍ମାନୀୟ ଅତିଥି ଡା: ଅନିଲ କୁମାର ଦାସ,ପୂର୍ବତନ ଇଂରାଜୀ ବିଭାଗୀୟ ମୁଖ୍ୟ ମୁଖ୍ୟ ପ୍ରବକ୍ତା ଭାବେ ଯୋଗଦେଇଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଜ୍ଞାନ ରଞ୍ଜନ ରାୟ ସମସ୍ତ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହିତ ଅନୁଷ୍ଠାନର ବିବରଣୀପାଠ କରିଥିଲେ।ବାର୍ଷିକ ବିବରଣୀ ରେ ମୁଖ୍ୟତ ସେପ୍ତେମ୍ବର ୨୦୨୨ରୁ ନିଆଯାଇଥିବା ଭଲ ପଦକ୍ଷେପ ଉପରେ ଆଲୋକପତ କରିଥିଲେ।ସେଥି ମଧ୍ୟରୁ ହଷ୍ଟେଲ କ୍ୟାଣ୍ଟିନ ର ନବିକରଣ ଏ.ଟିଏମ କାଉଁଣ୍ଟର ଶୁଭାରମ୍ଭ,କ୍ୟାରିୟର ଫ୍ରି ଆ ପ୍ରୋଚ,ଅତ୍ୟାଧିକ ୩ଟି କମ୍ପୁଟର ଭାବର ସଂପୂର୍ଣ୍ଣ କରଣ,ଅଧିକ ଏମ୍ ଓ ୟୁ, ଇଣ୍ତଷ୍ଟ୍ରି ମାନଙ୍କ ସହିତ ଅନୁବନ୍ଧିତ,ଅଧିକ ଛାତ୍ରଛାତ୍ରୀ ସରକାରୀ ବୃତ୍ତି ପାଇବା ଉପରେ ଗୁରୁତ୍ବରୋପ ଦେଇଥିଲେ।ଏଥିପାଇଁ ୨୦୨୨ ବର୍ଷ ପାଇଁ ଓଏସ ଏମ୍ ଇ କୁ ଆପ୍ରେଣ୍ଟିସିପ ଅଫଦି ଇୟର ସମ୍ମାନ ମିଳିଥିଲା।ଚଳିତ ବର୍ଷ ଶେଷବର୍ଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪୫ଜଣ ଜେଏସ ଡବ୍ଲୁ ଷ୍ଟିଲ,ଆଇଏଫ ଏ ମାଇନସ,ମହେଶ୍ବରୀ ମାଇନସ,ଜେ ଏସ୍ ଏଲ ଜୟପୁର ରେ ନିଯୁକ୍ତି ମିଳିଛି।ଅତିଥିମାନେ ସେମାନଙ୍କର ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମବିଶ୍ବାସୀ ସଚ୍ଚୋଟ କର୍ତ୍ତବ୍ୟମୟ ଓ କାମ ପ୍ରତି ଆଗ୍ରହ ପ୍ରକାଶ ଆଦି ଗୁଣ ଉପରେ ଗୁରୁତ୍ବ ଦେଇଥିଲେ।ଏଥିସହ ସବୁବେଳେ ଅନ୍ୟର ଗୁଣକୁ ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲେ।ସଭାପରେ ପରେ ଛାତ୍ରଛାତ୍ରୀମାନେ ନିଜ ତରଫରୁ ସଂଙ୍ଗୀତ,ନୃତ୍ୟ,ଡ୍ରାମା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଷ୍ଟୁଡେଣ୍ଟ ଆଡଭାଇଜର ବରିଷ୍ଟ ଅଧ୍ୟାପକ ରାଜିବ ଲୋଚନ ବଳ ଧନ୍ୟବାଦ ଦେଇଥିଲେ।ପ୍ରଥମଥର ପାଇଁ ଛାତ୍ରଛାତ୍ରୀ ମାନେ ନିଜ ତରଫରୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନିଜର କଳା ପଦର୍ଶନ କରଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ସମେତ ଅଧ୍ୟାପକ,ଅଧ୍ୟାପିକା ଏବଂ ଅଭିଭାବକଗଣ ଏହାକୁ ଉପଭୋଗ କରିଥିଲେ।

Exit mobile version