Site icon ଆଜିକାଲି

ଧୁମଧାମରେ ଅନୁଷ୍ଠିତ ହେଲା ଡି ବି ମେସର ବାର୍ଷିକ ମହୋତ୍ସବ

ବାଲେଶ୍ୱର : ବାଲେଶ୍ୱରର ଅଗ୍ରଣୀ ଛାତ୍ରାବାସ ଡି ବି ମେସର ବାର୍ଷିକ ମହୋତ୍ସବ ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ କୋଣରୁ ୧୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ପୌରାଧ୍ୟାକ୍ଷା ସବିତା ସାହୁ, ଅତିଥି ଭାବେ ମିତା ପଟ୍ଟନାୟକ, ମିନା ମହାନ୍ତି, ରଂଜିତା ମହାପାତ୍ର, ସୁଜାତା ମହାପାତ୍ର, ସୁବୋଧ ମହାନ୍ତି, ଅଞ୍ଜଳି ପଣ୍ଡା, ଏବଂ ଯୁବନେତା ଶୁଭମ ସାଇ ମହାପାତ୍ର ଯୋଗ ଦେଇ ସୁଦୃଢ ରାଷ୍ଟ୍ର ଗଠନ ଦିଗରେ ଯୁବପିଢ଼ି ଙ୍କ ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ । ପରେ ଡି ବି ଫେଷ୍ଟ ସନ୍ଧ୍ୟାର ବିଶେଷ ଆକର୍ଷଣ ଭାବେ ଓଲିଉଡ ଗାୟକ ସତ୍ୟଜିତ ପ୍ରଧାନ ନିଜର ସଂଗୀତ ମାଧ୍ୟମରେ ଦର୍ଶକଙ୍କ ମନ ଜିଣି ଥିଲେ । ଏହି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ କାଜଲ, ବାପୁ ପଣ୍ଡା, ଦେବାଶିଷ ମହାନ୍ତି, ଆଙ୍କର ରାକେଶ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଦେବାଶିଷ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଡିବି ଫେଷ୍ଟକୁ ସାଧାରଣ ସମ୍ପାଦକ ଅଭିଜିତ ବିଶ୍ୱାଳ (ନିଶି), ଉପସଭାପତି ବିଦୁ ଭୂଷଣ ପାଣିଗ୍ରାହୀ, ପ୍ରକାଶ ସନ୍ଧିବିଗ୍ରହ, ହରିହର ମନ୍ତ୍ରୀ, ସମ୍ବିତ ନନ୍ଦୀ, ନିର୍ମଳ, ସତ୍ୟ, ପ୍ରିତିଶ ଦାସ, ଓମକାର ମହାପାତ୍ର, ଶିବ ଶଙ୍କର ସାହୁ, ରିମା ଜୋସେଫ, ତନୟା ଜେନା, ପଲ୍ଲବୀ, ଅଂଶୁମାନ, ସତ୍ୟଜିତ ଏବଂ ଅନ୍ୟ ସଦସ୍ୟ/ସଦସ୍ୟା ପରିଚାଳନା କରିଥିଲେ ।

Exit mobile version