Site icon ଆଜିକାଲି

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟର ଜିଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ

କେନ୍ଦୁଝର,୪ା୨: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ କେନ୍ଦୁଝର ବିଦ୍ୟାଳୟ ସମୂହର ଜିଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୩-୨୪ କ୍ରୀଡ଼ା ପ୍ରତିଯୋଗୀତା ରବିବାର ଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଦୁଇଦିନ ଧରି ଏକଲବ୍ୟ ଆବାସିକ ରାଙ୍କି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି।ଏହି କ୍ରୀଡ଼ା ଉତ୍ସବରେ ଜିଲାର ଦୁଇଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,୩୧ଟି ଉଚ୍ଚ ବିଦ୍ୟାଳୟ,୫୧ଟି ଆଶ୍ରମ ବିଦ୍ୟାଳୟ ସମେତ ୫ଟି ଅନ୍ବେଷା ଛାତ୍ରବାସ ର ୮୯ ଟି ଶିକ୍ଷାନୁଷ୍ଠାନର ୯୭୩ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି।କନିଷ୍ଠ ବର୍ଗର ବାଳକ ଓ ବାଳିକା ଙ୍କ ମଧ୍ୟରେ ୧ଶହ ମିଟର ଓ ୨ଶହ ଏବଂ ୪ଶହ ମିଟର ଦୈାଡ,ଲମ୍ବଡିଆଁ,ସଟ୍ ପୁଟ୍,ଡିସ୍ କସ୍ ଭଲିବଲ,ଫୁଟବଲ,ଖୋଖୋ ଆଦି ପ୍ରତିଯୋଗୀତା ହୋଇଥିଲା।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ତଳ ଶିକ୍ଷା ନିରୀକ୍ଷିକା ସଞ୍ଚିତା ବେହେରା ଶିକ୍ଷା ସହ କ୍ରୀଡ଼ା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ମାଣ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏସ୍ ଏସ୍ ଡି ବିଭାଗରେ ଛାତ୍ରଛାତ୍ରୀ ମାନଙ୍କ କ୍ରିଡା ନୈପୁଣ୍ୟ କୁ ଲକ୍ଷ୍ୟ କରି ସଭାପତି ଭାବେ ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ାରେ ମନୋନିବେଶ ସହ ଏହାକୁ ବୃତ୍ତି ଭାବେ ଆପଣାଇଲେ ଭବିଷ୍ୟତ ଉଜ୍ଜଳମୟ ହେବ ବୋଲି ମତ ଦେଇଥିଲେ। କ୍ରୀଡ଼ାରେ ସଫଳତା ଭାଲ କରିଥିଵା ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଛାତ୍ରାବାସରେ ରଖାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ସହିତ ଉଚ୍ଚ ଶିକ୍ଷା ଉପଲବ୍ଧ କରାଯିବ ବୋଲି ମୁଖ୍ୟ ବକ୍ତା ଜିଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ ପ୍ରତିଶୃତି ଦେଇଥିଲେ।ତେବେ ଶାରିରୀକ,ମାନସିକ ଓ ବୌଦ୍ଧିକ ଶକ୍ତିର ଆଧାର ହିଁ କ୍ରୀଡ଼ା ବୋଲି ସମ୍ମାନିତ ଅତିଥି ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ ସାମନ୍ତସିଂହାର ମତ ରଖିଥିଲେ।ସମ୍ମାନିତ ଅତିଥି ଜିଲା ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ଧଳ ଶୃଙ୍ଖଳିତ ସମାଜ ନିର୍ମାଣରେ କ୍ରୀଡ଼ାର ଭୂମିକା ଅନସ୍ବୀକାର୍ଯ୍ୟ ବୋଲି କହିଥିଲେ।ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସାଧୁଚରଣ ଗିରି ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ କାର୍ଯ୍ୟକ୍ରମର ସଫଳ ସମାପନ ପାଇଁ ସମସ୍ତ ଭିତ୍ତିଭୂମି ଯୋଗାଇବା ସହ ଆବଶ୍ୟକୀୟ ସହଯୋଗ କରିଥିଲେ।କାଦକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ଆଇଚ ଓ ଶୁଆକାଟି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଶତପଥୀ ଦୁଇ ଦିନିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

https://theajikali.com/wp-content/uploads/2024/02/VID-20240204-WA0008.mp4
Exit mobile version