Site icon ଆଜିକାଲି

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଆଉ ୧୨ ଚିତା

ନୂଆଦିଲ୍ଲୀ : ପୁଣି ଥରେ ବିଦେଶରୁ ଆସିବ ଚିତା । ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବ୍ୟାରୁ ଆସିଥିବା ୮ ଚିତାଙ୍କ ସୁରକ୍ଷିତ ରହଣି ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଅଣାଯିବ ୧୨ଟି ଚିତା । ମଧ୍ୟ ପ୍ରଦେଶ ସରକାର ଏହି ସୂଚନା ଦେଇଛନ୍ତି ।

କୁନୋକୁ ଆସିବାକୁ ଥିବା ଏହି ଚିତାମାନେ ଦକ୍ଷିଣ ଆଫ୍ରିକାରେ କ୍ୱାରେଣ୍ଟାଇନରେ ଅଛନ୍ତି । ଦକ୍ଷିଣ ଆଫ୍ରିକାରୁ ଆସିବାକୁ ଥିବା ୧୨ ଚିତା ମଧ୍ୟରୁ ୭ଟି ଅଣ୍ଡିରା ଏବଂ ୫ଟି ମାଇ ରହିଛି । ଏହି ଚିତା ଗୁଡିକୁ ଆସନ୍ତା ଜାନୁଆରୀ ୨୫ରେ ଦିଲ୍ଲୀରୁ ଗ୍ୱାଲିୟର ଅଣାଯିବ। ହେଲିକପ୍ଟରରୁ ଚିତା ଗୁଡିକୁ କୁନୋ ନ୍ୟାସନାଲ ପାର୍କ ନିଆଯିବ । ଚିତା ଗୁଡିକୁ ଆଣିବା ପାଇଁ କେନ୍ଦ୍ରୀୟ ବନ ମହାନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଗୋୟଲ, ଏଟିସିଏର ସଦସ୍ୟ ସଚିବ ଏସପି ଯାଦବଙ୍କ ସହ କେନ୍ଦ୍ରୀୟ ବନ ବିଭାଗର ଅଧିକାରୀ ଦକ୍ଷିଣ ଆଫ୍ରିକା ଯାତ୍ରା କରିବେ । ସୂଚନା ଯେ, ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଗତ ୨୦୨୨ ସେପ୍ଟେମ୍ୱର ୧୭ରେ କୁନୋ ନ୍ୟାସନାଲ ପାର୍କରେ ନାମିବ୍ୟାରୁ ଆସିଥିବା ୮ ଚିତାଙ୍କୁ ଛାଡିଥିଲେ । ସେହି ସମୟରେ ନୂଆ ଅତିଥିଙ୍କୁ ସାରା ଦେଶରେ ସ୍ୱାଗତ ଜଣାଯାଇଥିଲା ।

Exit mobile version