Site icon ଆଜିକାଲି

ରାଜ୍ୟରେ ଆଉ ୧୮୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ୍ ଉପରତଳ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୬ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୧ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ଵର ଜିଲାରୁ ୧୧ ଜଣ ଥିବାବେଳେ ବରଗଡରୁ ୪ ,ବଲାଙ୍ଗୀରରୁ ୪ , କଟକରୁ ୨୬ , ଦେବଗଡରୁ ୧ , ଗଜପତିରୁ ୧ , ଜଗତସିଂହପୁରରୁ ୭ , ଯାଜପୁରରୁ ୫ ,କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୨ , ଖୋର୍ଦ୍ଧାରୁ ୨୪ , କୋରାପୁଟରୁ ୫, ମୟୂରଭଞ୍ଜରୁ ୯ , ନବରଙ୍ଗପୁରରୁ ୩ , ନୟାଗଡ଼ରୁ ୪ , ନୂଆପଡ଼ାରୁ ୧ , ପୁରୀରୁ ୧୫ , ରାୟଗଡାରୁ ୧, ସମ୍ବଲପୁରରୁ ୧୧, ସୋନପୁରରୁ ୬ , ସୁନ୍ଦରଗଡ଼ରୁ ୩୧ ଓ ରାଜ୍ୟ ପୁଲରୁ ୫ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୩୮୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୨୩୨୫୬ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୫୬୩୫୬୮ସାମ୍ପୁଲ ଟେଷ୍ଟ୍ ହୋଇଛି ।

Exit mobile version