Site icon ଆଜିକାଲି

ଆହୁରି ୨୪ ଘଣ୍ଟା ଲଘୁଚାପ ପ୍ରଭାବ, ରାଜ୍ୟରେ ଏଯାଏଁ ୫ ପ୍ରତିଶତ ଅଧିକ ମୌସୁମୀ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ଥଳଭାଗ ମୁହାଁ ହୋଇଛି । ଲଘୁଚାପ ପ୍ରଭାବରେ ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ଲଘୁଚାପଜନିତ ବର୍ଷା କମିବ ।

ଏଣେ ମୌସୁମୀ ପ୍ରଭାବରେ ରାଜ୍ୟରେ ଏ ବର୍ଷ ଜୁନ୍ ୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ୧୧୪୦.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ୧୦୯୧.୧ ମିମି ଠାରୁ ୫ ପ୍ରତିଶତ ଅଧିକ । କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୬୪୯.୯ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକଠୁ ୫୧ ପ୍ରତିଶତ ଅଧିକ । ଏହି ସମୟ ମଧ୍ୟରେ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ମ ମିମି ବର୍ଷା ହୋଇଛି । ଏ଼ହା ସ୍ୱାଭାବିକଠୁ ୧୮ ପ୍ରତିଶତ କମ୍ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Exit mobile version