Site icon ଆଜିକାଲି

ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର : ସମ୍ବଲପୁର ସ୍ଥିତିରେ ଉନ୍ନତି ଆସୁଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ପୂର୍ବର ବନ୍ଦ ଅବଧି ଆଜି ସକାଳ ୧୦ଟାରେ ଶେଷ ହେଉଥିଲା । କିନ୍ତୁ ଆଜି ଆଉ ୨୪ ଘଣ୍ଟା ଯାଏ ଅବଧି ବଢ଼ାଯାଇଛି । ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୫ ତାରିଖରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା ।

Exit mobile version