Site icon ଆଜିକାଲି

ରାଜ୍ୟରେ ଆଉ ୯୮୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୦୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬୬ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି ।

ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୨୫୯ ଜଣ ଚିହ୍ନଟ ହୋଇଥିବା bele ଅନୁଗୁଳରୁ ୧, ବାଲେଶ୍ବରରୁ ୧୩ , ବରଗଡ଼ରୁ ୪୪, ଭଦ୍ରକରୁ ୧୨ , ବଲାଙ୍ଗୀରରୁ ୨୨ , ବୌଦ୍ଧରୁ ୧୦ , କଟକରୁ ୩୮ , ଢେଙ୍କାନାଳରୁ ୩, ଦେବଗଡ଼ରୁ ୮ , ଗଜପତିରୁ ୭ , ଗଞ୍ଜାମରୁ ୧, ଜଗତସିଂହପୁରରୁ ୮ , ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡି ଜିଲ୍ଲାରୁ ୩୦ , କନ୍ଧମାଳରୁ ୧୯ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ , କେଉଁଝରରୁ ୧୦, ଖୋର୍ଦ୍ଧା ଜିଲ୍ଲାରୁ ୧୫୦, କୋରାପୁଟରୁ ୧୬ , ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮୪ , ନବରଙ୍ଗପୁରରୁ ୨୮ , ନୟାଗଡ଼ରୁ ୨୪ , ନୂଆପଡ଼ାରୁ ୧୦ , ପୁରୀରୁ ୬ , ରାୟଗଡ଼ାରୁ ୮ , ସମ୍ବଲପୁରରୁ ୭୧, ସୋନପୁରରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟ ପୁଲରୁ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ବି ୬୬୩୨ ଜଣ ସକ୍ରିୟ ରୋଗୀ ଅଛନ୍ତି ।

Exit mobile version