Site icon ଆଜିକାଲି

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ତେଲ ଟ୍ୟାଙ୍କର ଓ ଟ୍ରକ୍ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ

ବାରିପଦା – ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଟ୍ରକ୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଜଳିଯାଇଥିଲା । ଡ୍ରାଇଭର ଜଣକ ଟ୍ରକ ଭିତରୁ ବାହାରି ନପାରି ପ୍ରାଣ ହରାଇଛନ୍ତି । ତେବେ ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଟ୍ରକ ମଧ୍ୟରେ ଚାପି ହୋଇ ରହିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଆଜି ସକାଳ ପ୍ରାୟ ୮ ସମୟରେ ଏକ ତେଲ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ। ଦୁର୍ଘଟଣା ଫଳରେ ଭାରସାମ୍ୟ ହରାଇ ଉଭୟ ଗାଡି ଘାଟି ରାସ୍ତା କଡକୁ ଓଲଟିପଡିଥିଲେ। ଫଳରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ହିଁ ଡ୍ରାଇଭର ଜଣଙ୍କ ଜଳିଯାଇଥିଲେ। ମୃତ ଡ୍ରାଇଭରଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।

Exit mobile version