Site icon ଆଜିକାଲି

ଉଦ୍ଧବ ଠାକରେଙ୍କୁ ପୁଣି ଏକ ଝଟକା, ସିନ୍ଦେ ଗୋଷ୍ଠୀରେ ଯୋଗଦେଲେ ଶିବସେନାର ଆଉ ଜଣେ ସାଂସଦ


ମୁମ୍ବାଇ : ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଛି। ମୁମ୍ବାଇର ଶିବସେନା ସାଂସଦ ଗଜାନନ କୀର୍ତ୍ତିକର ଉଦ୍ଧବଙ୍କ ହାତ ଛାଡ଼ି ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଠାକରେ ଗୋଷ୍ଠୀରୁ ପଟ ପରିବର୍ତ୍ତନ କରିବାରେ କୀର୍ତ୍ତିକର ହେଉଛନ୍ତି ୧୩ ତମ ସାଂସଦ |

ମୁମ୍ବାଇର ରବୀନ୍ଦ୍ର ନାଟ୍ୟ ମଣ୍ଡପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ କିର୍ତ୍ତିକର ଶୁକ୍ରବାର ଦଳର ସଦସ୍ୟତା ଗ୍ରହଣ କରିଥିଲେ। ଏହା ସହ ଏକନାଥ ସିନ୍ଦେଙ୍କ ଦଳରେ ଲୋକସଭା ସାଂସଦଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଅପରପକ୍ଷରେ ବର୍ତ୍ତମାନ ଉଦ୍ଧବ ଠାକରେ ଗୋଷ୍ଠୀ ପାଖରେ ୯ ଜଣ ସାଂସଦ ରହିଛନ୍ତି ‌। ସେଥିମଧ୍ୟରୁ ୩ ଜଣ ରାଜ୍ୟସଭା ସାଂସଦ ଅଟନ୍ତି।

ଗଜାନନ କୀର୍ତ୍ତିକର ହେଉଛନ୍ତି ମୁମ୍ବାଇ ଉତ୍ତର ପଶ୍ଚିମ ଆସନରୁ ଶିବସେନା ସାଂସଦ। ସେ ୧୯୯୫ରେ ବିଜେପି-ଶିବସେନା ମିଳିତ ସରକାରରେ ଗୃହମନ୍ତ୍ରୀ ଥିଲେ। ନିକଟରେ ୭୯ ବର୍ଷୀୟ ଗଜାନନ କୀର୍ତ୍ତିକର ଯେତେବେଳେ ଅସୁସ୍ଥ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ତାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ।

Exit mobile version